ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଅନଲକ୍ ୬.୦ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି।

  • କଣ୍ଟେନମେଣ୍ଟ୍ ଜୋନରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।
  • କଟକଣା ସହିତ ଦେଶରେ ସପିଂ ମଲ୍, ହୋଟେଲ, ରେସ୍ତୋରାଁ, ଧାର୍ମିକ ଅନୁଷ୍ଠାନ, ଜିମ୍ ଓ ସିନେମା ହଲ୍ ଖୋଲିପାରିବ।
  • ରାଜ୍ୟମାନଙ୍କରେ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ।
  • ଗୃହ ମନ୍ତ୍ରଣାଳୟର ଅନୁମତି ନେଇ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହୋଇପାରିବ। ଏଥିସହିତ ସୁଇମିଂ ପୁଲରେ ଖେଳାଳିମାନେ ଅଭ୍ୟାସ କରିପାରିବେ।
  • ଦେଶରେ ସିନେମା, ଥିଏଟର ଆଦି ଅଧା ଦର୍ଶକଙ୍କୁ ନେଇ ଖୋଲିପାରିବ।
  • ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଓ ରାଜନୈତିକ ସମାବେଶ ଅତିବେଶିରେ ୨୦୦ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ।
  • କେବଳ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରେ ଲକଡାଉନ୍ କଟକଣା ବଳବତ୍ତର ରହିବ। ଏହାବ୍ୟତୀତ କୌଣସି ଅଞ୍ଚଳରେ କଟକଣା ରହିବ ନାହିଁ।
  • ରାଜ୍ୟ ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ଚଳାଚଳ ନେଇ କୌଣସି ଅସୁବିଧା ନାହିଁ।
  • ମାସ୍କ, ସାମାଜିକ ଦୂରତା, ଆରୋଗ୍ୟ ସେତୁ ଆପ୍ ଆଦି ବ୍ୟବହାର କରିବାକୁ ପରାମର୍ଶ।

Comment