ଓଡ଼ିଶାଲାଇଭ୍ ବ୍ୟୁରୋ

ଏବର୍ଷ ବିଜୟା ଦଶମୀ ତିଥିରେ ଗଡ଼ବଡ଼ ହୋଇଛି। ମା’ ଦୁର୍ଗାଙ୍କ ଦଶମୀ ପୂଜା ଭିନ୍ନ ଭିନ୍ନ ଦିବସରେ ପାଳିତ ହୋଇଥିବାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ପୁରୀ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ପାଞ୍ଜି ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଛି।

ପରିଚାଳନା କମିଟିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ବିଜୟା ଦଶମୀ ସମଗ୍ର ରାଜ୍ୟରେ ରବିବାର ଦିନ ପାଳିତ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୋମବାର ଦିନ ପାଳିତ ହୋଇଥିଲା।

ଏଣୁ ସମଗ୍ର ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପର୍ବ ଗୋଟିଏ ଦିନରେ ଯେମିତି ପାଳନ ହେବ ସେଥିପାଇଁ ଏକ ସ୍ୱତନ୍ତ୍ର ପଞ୍ଜିକା ପ୍ରସ୍ତୁତ କରିବାକୁ ପରିଚାଳନା କମିଟିର ସଦସ୍ୟମାନେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ ଏବର୍ଷ ଦୁର୍ଗା ନବମୀ ଓ ଦଶମୀ ଗୋଟିଏ ଦିନରେ ପଡ଼ିଥିଲା।

Comment