ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଯାଇଥିବା ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ସେଠାରୁ ଫେରିବା ପରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦା ତାଙ୍କୁ ବଳପୂର୍ବକ ଅଟକାଇବା ସହିତ ତାଙ୍କୁ ଖରାପ ଆଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଅମିଷାଙ୍କୁ ଏଲଜେପି ନେତାଙ୍କ ଧମକ

ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ୍ ଗତ ୨୬ ତାରିଖରେ ଏଲଜେପି ନେତା ପ୍ରକାଶ ଚନ୍ଦାଙ୍କ ନିର୍ବାଚନ ପ୍ରଚାର ପାଇଁ ବିହାର ଯାଇଥିଲେ। ସେଠାରେ କିନ୍ତୁ ଅମିଷା ପଟେଲଙ୍କ ସହ ତାଙ୍କ ଟିମକୁ ଧମକାଯାଇଥିଲା। ତାଙ୍କୁ ଲଗାତାର ୩ ଘଣ୍ଟା ପାଇଁ ପ୍ରଚାରରେ ବୁଲିବାକୁ ପ୍ରକାଶ ଚନ୍ଦା ବାଧ୍ୟ କରିଥିଲେ ବୋଲି ଅମିଷା ପଟେଲ କହିଛନ୍ତି। ଏଥିପାଇଁ ତାଙ୍କୁ ବାରମ୍ବାର ଧମକ୍ ଦିଆଯାଉଥିବା ସେ କହିଛନ୍ତି।ମୋର ଦୁଷ୍କର୍ମ ହୋଇଯାଇଥାନ୍ତା

ଅମିଷା ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, ସେହିଦିନ ତାଙ୍କୁ ବିମାନ ଧରିବାକୁ ଥିଲା। ହେଲେ ନେତା ଜଣକ ତାଙ୍କୁ ଗାଁ ଭିତରେ ହିଁ ଛାଡ଼ିଦେବେ ବୋଲି ଧମକ ଦେଇଥିଲେ। ସେଠାରେ ତାଙ୍କୁ ହତ୍ୟା କିମ୍ବା ଦୁଷ୍କର୍ମ ମଧ୍ୟ ହେବାର ଆଶଙ୍କା ଥିଲା ବୋଲି ଅମିଷା ପଟେଲ କହିଛନ୍ତି।

ବାରମ୍ବାର କଲ୍ କରି ହଇରାଣ କରୁଛନ୍ତି ନେତା

ବିହାର ନିର୍ବାଚନ ପ୍ରଚାରରୁ ଆସିବା ପରେ ମଧ୍ୟ ଅମିଷା ପଟେଲଙ୍କ ଫୋନକୁ ବାରମ୍ବାର ସେହି ନେତାଙ୍କ କଲ୍ ଆସୁଛି। ଏଥିରେ ସେ ଅମିଷାଙ୍କୁ ଖରାପ ବ୍ୟବହାର କରିବା ସହିତ ତାଙ୍କ ଟିମକୁ ଧମକ୍ ଦେଉଛନ୍ତି। ତେଣୁ ଶେଷରେ ସେ ବାଧ୍ୟ ହୋଇ ଏନେଇ ଗଣମାଧ୍ୟମକୁ ଜଣାଇଛନ୍ତି ବୋଲି ଅମିଷା ପଟେଲ କହିଛନ୍ତି।

Comment