ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୩ ତାରିଖରେ ବାଲେଶ୍ୱର, ତିର୍ତ୍ତୋଲରେ ହେବାକୁ ଯାଉଛି ଭୋଟ୍। ଏଥିପାଇଁ ଆଜି ବିଜେଡି ସୁପ୍ରିମୋ ତିର୍ତ୍ତୋଲରେ ଡିଜିଟାଲ ରାଲି କରିବେ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଓ କାଲି ଦୁଇ ଦିନ ଧରି ବାଲେଶ୍ୱର ଓ ତିର୍ତ୍ତୋଲରେ ଡିଜିଟାଲ ରାଲି କରିବେ। ନବୀନ ଆଜି ତିର୍ତ୍ତୋଲବାସୀଙ୍କୁ ଡିଜିଟାଲ ଜରିଆରେ ଭୋଟ୍ ମାଗିବା ସହିତ ଆସନ୍ତାକାଲି ବାଲେଶ୍ୱର ପାଇଁ ପ୍ରଚାର କରିବେ।

ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳର ଅନେକ ନେତା ବାଲେଶ୍ୱର ଓ ତିର୍ତ୍ତୋଲ ଯାଇ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହି ଦୁଇ ଆସନରେ ବିଜେଡି ସହ ବିଜେପିର ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି। ତେଣୁ ଭୋଟ ଗ୍ରହଣ ହେବାର ୫ ଦିନ ପୂର୍ବରୁ ନବୀନ ଏହି ଦୁଇ ଆସନ ପାଇଁ ପ୍ରଚାର କରିବେ।

ଏହି ଦୁଇ ବିଧାନସଭା ଆସନ ହାତେଇବାକୁ ବିଜେଡି ଜୋରଦାର କସରତ କରୁଛି। ତିର୍ତ୍ତୋଲରେ ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, ବାଲେଶ୍ୱରରେ ଦଳ ନୂଆ ମୁହଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ଭୋଟ୍ ହେବ।

Comment