ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ (ଓପିଡି)। ପ୍ରାଥମିକ ପର୍ଯ୍ୟାୟରେ ୮ ତାରିଖ ପର୍ଯ୍ୟନ୍ତ ପ୍ରତି ବିଭାଗରେ ଦୈନିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯିବ।

ଏହାପରେ ୯ରୁ ସପ୍ତାହେ ପର୍ଯ୍ୟନ୍ତ ରୋଗୀଙ୍କ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ। ଏହାବାଦ୍ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ। ଏହି ସମୟରେ ରୋଗୀମାନେ ଏମ୍‌ସ ଭୁବନେଶ୍ଵର ସ୍ଵାସ୍ଥ୍ୟ ଆପ୍‌ରେ ରୁଟିନ୍ ଚେକ୍ କରିପାରିବା ନେଇ ସୂଚନା ମିଳିଛି।

କରୋନା ସଂକ୍ରମଣ ପାଇଁ ଜୁଲାଇ ୧୦ରୁ ଏମ୍‌ସ ଓପିଡିକୁ ବନ୍ଦ ରଖାଯାଇଥିଲା।

Comment