ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କୋଭିଡ୍ ଯୋଗୁ ବିଳମ୍ବରେ ପରୀକ୍ଷା ହୋଇଥିବା ବେଳେ ରେଜଲ୍ଟ ମଧ୍ୟ ବିଳମ୍ବରେ ବାହାରିଛି। ଚଳିତବର୍ଷ ଯୁକ୍ତ ତିନି ଶେଷ ବର୍ଷ କଳା ବିଭାଗରେ ପାସ୍ ହାର ଶତକଡ଼ା ୯୪ ପ୍ରତିଶତ ଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୯୭ ପ୍ରତିଶତ ଲେଖାଏଁ ପାସ୍ ହାର ରହିଛି। ଏନେଇ କଲେଜ ଅଧ୍ୟକ୍ଷ ଗୋପାଳ ହଲଦାର ସୂଚନା ଦେଇଛନ୍ତି।

ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷାରେ କଲେଜ ଟପ୍ପର ହୋଇଛନ୍ତି ବିଭୁପ୍ରସାଦ ନେପାକ। ସେହିପରି ପିଜି ପରୀକ୍ଷାରେ ଆଲେସ୍ମିତା ପାଣ୍ଡିଆ ଟପ୍ପର ହୋଇଛନ୍ତି। ଚଳିତବର୍ଷ ପିଜି ପରୀକ୍ଷାରେ ଉଦ୍ଭିଦ ବିଜ୍ଞାନ ବିଭାଗର ୧୦୦ ପ୍ରତିଶତ, ରାସାୟନ ବିଜ୍ଞାନ ବିଭାଗର ୯୩ ପ୍ରତିଶତ, ବୈଷୟିକ ବିଜ୍ଞାନ ବିଭାଗର ୮୯ ପ୍ରତିଶତ, ଗଣିତ ବିଭାଗର ୧୦୦ ପ୍ରତିଶତ, ପଦାର୍ଥ ବିଜ୍ଞାନ ବିଭାଗର ୧୦୦ ପ୍ରତିଶତ , ପ୍ରାଣି ବିଜ୍ଞାନ ବିଭାଗର ୧୦୦ ପ୍ରତିଶତ, ଅର୍ଥନିତି ବିଭାଗର ୯୨ ପ୍ରତିଶତ, ଇଂରାଜି ବିଭାଗର ୯୪ ପ୍ରତିଶତ, ଇତିହାସ ବିଭାଗର ୮୪ ପ୍ରତିଶତ, ଓଡ଼ିଆ ବିଭାଗର ୧୦୦ ପ୍ରତିଶତ, ଦର୍ଶନଶାସ୍ତ୍ର ବିଭାଗ ୧୦୦ ପ୍ରତିଶତ, ରାଜନୀତି ବିଜ୍ଞାନ ବିଭାଗର ୯୨ ପ୍ରତିଶତ, ସମାଜ ବିଜ୍ଞାନ ବିଭାଗର ୧୦୦ ପ୍ରତିଶତ, ବାଣିଜ୍ୟ ବିଭାଗର ୧୦୦ ପ୍ରତିଶତ, ଏମପି ଏମପିଏମଆଇଆର ବିଭାଗର ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ପିଜି କଳା ପରୀକ୍ଷାରେ ଶୁଭଶ୍ରୀ ପାତ୍ର ୧୪୫୬ ମାର୍କ ରଖି ଅର୍ଥନୀତି ବିଭାଗ ଟପ୍ପର ହୋଇଥିବା ବେଳେ ଇଂରାଜୀରେ ଶ୍ରୁତି ଭଟ୍ଟ ମିଶ୍ର ୧୩୬୮, ଇତିହାସରେ ସମୁନ ବେବ୍ରତା ୧୪୪୧, ଓଡ଼ିଆରେ ଦୀପିକା ନାୟକ ୧୫୯୧, ଦର୍ଶନ ଶାସ୍ତ୍ରରେ ରଜନି କାନ୍ତା ସିଚୁଆନ ୧୪୯୪, ରାଜନୀତିରେ ବିଜ୍ଞାନରେ ଦୀପିକା ସାମନ୍ତରାୟ ୧୫୧୮ ମାର୍କ ରଖି ବିଭାଗ ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟରେ ହାତିମା ବେଗମ୍ ୧୫୨୫ ମାର୍କ ରଖି ଟପ୍ପର ହୋଇଥିବା ବେଳେ ଏମପିଏମଆଇଆରରେ ସସ୍ମିତା ପାତ୍ର ୧୪୮୬, ଉଦଭିଦ ବିଜ୍ଞାନରେ ବିଜୟଲକ୍ଷ୍ମୀ ନାୟକ ୧୭୨୧, ପଦାର୍ଥ ବିଜ୍ଞାନରେ ଲିପା ମହାନ୍ତି ୧୬୫୬, ବୈଷୟିକ ବିଜ୍ଞାନରେ ଏ. କ୍ରିଷ୍ଣା ୧୫୯୩, ଗଣିତ ବିଭାଗରେ ବିବି ସାହାସଲମା ୧୭୩୫, ପଦାର୍ଥ ବିଜ୍ଞାନରେ ସଂଯୁକ୍ତା ନାୟକ ୧୭୧୩, ପ୍ରାଣୀ ବିଜ୍ଞାନରେ ଆଲେସ୍ମିତା ପାଣ୍ଡିଆ ୧୭୫୩ ମାର୍କ ରଖି ବିଭାଗ ଟପ୍ପର ହୋଇଛନ୍ତି।ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷାରେ ଉଦ୍ଭିଦ ବିଜ୍ଞାନରେ ପ୍ରଣତି ପରିଡ଼ା ୨୦୧୬ ରଖି ବିଭାଗ ଟପ୍ପର ହୋଇଛନ୍ତି। ସେହିପରି ରସାୟନ ବିଜ୍ଞାନରେ କୌଶିକ ମିଶ୍ର ୨୦୩୩, ବୈଷୟିକ ବିଜ୍ଞାନରେ ବେଭି ରେଡ୍ଡୀ ତ୍ରିଦେବ ୧୯୮୯, ଗଣିତରେ ଶ୍ରୀୟାରାଣି ପଣ୍ଡା ୧୯୯୨, ପଦାର୍ଥ ବିଜ୍ଞାନରେ ବିଭୁପ୍ରସାଦ ନେପାକ ୨୦୬୧, ପ୍ରାଣୀ ବିଜ୍ଞାନରେ ଶୁଭସ୍ୱତା ମହାରଣା ୨୦୪୧ ମାର୍କ ରଖି ବିଭାଗ ଟପ୍ପର ହୋଇଛନ୍ତି। କଳା ବିଭାଗର ଅର୍ଥନୀତିରେ ବୃନ୍ଦା ବୋଡ଼ା ୧୭୩୬,  ଇଂରାଜୀରେ ଉଷାଶ୍ରୀ ମିଶ୍ର ୧୮୪୮, ଇତିହାସରେ ମୋହିନି ବିଶୋଇ ୧୭୫୨, ଓଡ଼ିଆରେ ସନ୍ତୋଷ ମିତା ମାଝି ୧୭୭୮, ଦର୍ଶନଶାସ୍ତ୍ରରେ ସିଲତ ବେହେରା ୧୯୨୯, ରାଜନୀତି ବିଜ୍ଞାନରେ ମିତା ଶତପଥୀ ୧୮୫୪, ସମାଜ ବିଜ୍ଞାନରେ ସନ୍ଧ୍ୟାରାଣି ପାତ୍ର ୧୭୯୮ ମାର୍କ ରଖି ବିଭାଗ ଟପ୍ପର ହୋଇଛନ୍ତି।

ଚଳିତବର୍ଷ ବିବିଏରେ ୯୫ ପ୍ରତିଶତ ଓ ବିସିଏରେ ୯୬ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ବିବିଏରେ ଆକୁପାଲି ଡିମ୍ପଲ ୧୯୦୧ ମାର୍କ ରଖି ଟପ୍ପର ହୋଇଛନ୍ତି। ସେହିପରି ବିସିଏରେ ମାନିସା ଦାସ ୧୯୭୦ ମାର୍କ ରଖି ଟପ୍ପର ହୋଇଛନ୍ତି।

Comment