ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ପୁଣି ଜାରି ହେଲା ଲକଡାଉନ୍। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଲକଡାଉନ୍ କଟକଣା ଜାରି ରହିବ ବୋଲି ସେଠାକାର ରାଜ୍ୟ ସରକାର ଘୋଷଣା କରିଛନ୍ତି।

ମହାରାଷ୍ଟ୍ରରେ ଅକ୍ଟୋବର ୫ରୁ ସମସ୍ତ ବାର୍, ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଥିଲା। ଗୋଟିଏ ରେସ୍ତୋରାଁର କ୍ଷମତାଠାରୁ ଅଧା ଗ୍ରାହକଙ୍କୁ ନେଇ ଏହା ଖୋଲିପାରିବ ବୋଲି କୁହାଯାଇଥିଲା। ହେଲେ ଏବେ ଏହାକୁ ପୁଣିଥରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।lockdownଏଥିସହ ଯେଉଁ ଲୋକମାନେ ଲୋକାଲ୍ ଟ୍ରେନ୍ କିମ୍ବା ଷ୍ଟେସନରେ ବିନା ମାସ୍କରେ ବୁଲୁଛନ୍ତି ସେମାନଙ୍କଠାରୁ ଫାଇନ୍ ଆଦାୟ କରିବାକୁ କୁହାଯାଇଛି। ଏଥିସହ ନଭେମ୍ବର ୩୦ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଲକଡାଉନ୍ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କୁହାଯାଇଛି।

ମହାରାଷ୍ଟ୍ରରେ ଏବେ ସୁଦ୍ଧା ୧୬ ଲକ୍ଷ ୬୦ ହଜାର ୭୬୬ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଯାହାକି ସାରା ଦେଶରେ ସର୍ବାଧିକ। ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ମଧ୍ୟ ୪୩ ହଜାର ଟପିସାରିଲାଣି। ତେଣୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।

Comment