ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତାରେ ଝୁଣ୍ଟି ପଡ଼ିଯିବା ଯୋଗୁ ଜଣେ ଅବସରପ୍ରାପ୍ତ ଆଇପିଏସ ଅଫିସରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ମିଲନ ମହାନ୍ତି ଓ ସେ ଜମ୍ମୁ-କଶ୍ମୀରର ପୋଲିସ ଡିଜି ଥିଲେ।

ସ୍ଵର୍ଗତ ମହାନ୍ତି ସୂର୍ଯ୍ୟ ନଗରରେ ରହନ୍ତି। ବୁଧବାର ସେ ମର୍ଣ୍ଣିଂ ୱାକ ପାଇଁ ନିଜ ପରିବାର ଲୋକଙ୍କ ସହ ଫରେଷ୍ଟ ପାର୍କ ଯାଇଥିଲେ। ଏହି ସମୟରେ ସେ ଏକ ପେଭମେଣ୍ଟ ଉପରେ ବାଡ଼େଇ ହୋଇଯିବାରୁ ତଳେ ପଡ଼ିଯାଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ କ୍ୟାପିଟାଲ ପୋଲିସ ପକ୍ଷରୁ ତାଙ୍କର ବ୍ୟବଚ୍ଛେଦ କରାଯାଇଥିଲା ଓ ମୃତଦେହକୁ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ୧୯୪୯ରେ ଜନ୍ମିତ ମିଲନ ମହାନ୍ତି୧୯୭୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ ଓ ଜମ୍ମୁ-କଶ୍ମୀର ଟ୍ରାନ୍ସପୋର୍ଟ କମିସନର ଭାବେ ଅବସର ଗ୍ରହଣ କରିଥିଲେ।

Comment