ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ପରେ ସ୍କୁଲ୍ ଖୋଲିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ୍ ଖୋଲିବା ନେଇ ଶେଷ ନିଷ୍ପତ୍ତି ଆସିବ। ନିଷ୍ପତ୍ତି ଆସିବା ପରେ ହିଁ ସ୍କୁଲ୍ ଖୋଲିବାକୁ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରହିବ ବୋଲି କହିଥିଲେ। ନଭେମ୍ବର ମାସର ଗାଇଡଲାଇନ୍ ଆସିବା ପରେ ହିଁ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ। ଯେହେତୁ ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଅଛି ତେଣୁ ଯଥାଶୀଘ୍ର ସ୍କୁଲ ଖୋଲିବାକୁ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି।କରୋନା ନିଜର କାୟା ମେଲାଇବା ପରେ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ଏହାପରେ କେନ୍ଦ୍ର ସରକାର ଅନଲକ୍ ପକ୍ରିୟାରେ ସ୍କୁଲ୍, କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ ରାଜ୍ୟ ସରକାର ସଂକ୍ରମଣକୁ ଆଖି ଆଗରେ ରଖି ଏଯାବତ ସ୍କୁଲ ଖୋଲିବାକୁ ଅନୁମତି ଦେଇନାହାନ୍ତି।

Comment