ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ଛୁଟି ଘୋଷଣା କରିଛନ୍ତି। ଭୋଟ୍ ଗ୍ରହଣ ହେବା ଦିନ ଏହି ଦୁଇ ନିର୍ବାଚନ ମଣ୍ଡଳୀର ଭୋଟର ଥିବା ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ଛୁଟି ନେଇ ଭୋଟ୍ ଦେଇପାରିବେ ବୋଲି କୁହାଯାଇଛି।

ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ଏହାପୂର୍ବରୁ ଆଜି ନିର୍ବାଚନ ଆୟୋଗ ଆଜି ଏହି ଛୁଟି ଘୋଷଣା କରିଛନ୍ତି। ତେବେ ଏହି ଛୁଟି ପାଇଁ କୌଣସି କର୍ମଚାରୀଙ୍କ ବେତନ କଟାଯାଇପାରିବ ନାହିଁ।

ଏହି ଦିନ କର୍ମଚାରୀମାନେ ଛୁଟି ନେଇ ନିଜ ଭୋଟ୍ ଦେବେ। ଏନେଇ ଶୁକ୍ରବାର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଚିଠି ଲେଖି ସମସ୍ତ ବିଭାଗ ମୁଖ୍ୟଙ୍କୁ ଜଣାଇଛନ୍ତି।

Comment