ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ମୋଦୀ
  • ‘ଆରୋଗ୍ୟ ବନ’ ଓ ଆରୋଗ୍ୟ କୁଟୀର ଉଦଘାଟନ କଲେ ମୋଦୀ
  • ଆସନ୍ତାକାଲି ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉତ୍ସବରେ ଦେବେ ଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଥମେ ଗୁଜରାଟର କାଭେଡିଆ ଯାଇ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ୍, ଶିଶୁ ପୁଷ୍ଟିସାଧନ ପାର୍କ, ଜଙ୍ଗଲ ସଫାରିର ଉଦଘାଟନ କରିଛନ୍ତି। ଯାହାଫଳରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଆହୁରି ଆକର୍ଷିତ ହେବେ।

କେବଳ ଏତିକି ନୁହେଁ ମୋଦୀ ଆଜି ଷ୍ଟାଚ୍ୟୁ ଅଫ୍ ୟୁନିଟିର ଚାରିପାଖରେ ଅନେକ ଯୋଜନାର ମୂଳଦୁଆ ପକାଇବା ସହ ଷ୍ଟାଚ୍ୟୁ ଅଫ୍ ୟୁନିଟି ୱେବସାଇଟ୍ ମଧ୍ୟ ଲଞ୍ଚ କରିଛନ୍ତି।

ଆରୋଗ୍ୟ ବନ

ଏହି ଜଙ୍ଗଲରେ ପାଞ୍ଚ ଲକ୍ଷରୁ ଅଧିକ ଔଷଧୀୟ ଗଛ ଅଛି। ଯେଉଁଥିପାଇଁ ଏହାକୁ ଆରୋଗ୍ୟ ବନ କୁହାଯାଉଛି। ଏଠାରେ ଏକ ସେଲଫି ପଏଣ୍ଟ ମଧ୍ୟ କରାଯାଇଛି।

ଏକତା ମଲ୍

ଏକତା ମଲ୍‌ରେ ସମଗ୍ର ଦେଶର ବିଭିନ୍ନ ପ୍ରକାରର ହସ୍ତତନ୍ତ ଉପକରଣ ଏବଂ ପାରମ୍ପରିକ ସାମଗ୍ରୀ ସ୍ଥାନ ପାଇଛି। ଏହିସବୁ ସାମଗ୍ରୀ ବିଭିନ୍ନତାରେ ଏକତାର ବାର୍ତ୍ତା ଦେବ। ଏହି ମଲ୍‌ଟି ୩୫ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି। ମାତ୍ର ୧୧୦ଦିନରେ ଏହି ମଲ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଚ୍ୟ ଅଫ୍‌ ୟୁନିଟି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହାର ମଜା ନେଇପାରିବେ।

ଶିଶୁ ପୁଷ୍ଟିସାଧନ ପାର୍କ

କେଭାଡିଆ ନିକଟରେ ଯେଉଁ ଶିଶୁ ପୁଷ୍ଟିସାଧନ ପାର୍କ ନିର୍ମାଣ କରାଯାଇଛି ତାହା ଟେକ୍ନୋଲଜି ଦୃଷ୍ଟିରୁ ବିଶ୍ୱର ସର୍ବବୃହତ୍‌ ଏବଂ ପ୍ରଥମ। ଏହି ପାର୍କ ଶିଶୁମାନଙ୍କ ପୋଷଣ ଆବଶ୍ୟକତା ପୂରଣ ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ଉଦ୍ଦିଷ୍ଟ। ଏହି ପାର୍କର ମୋଟ ପରିସୀମା ୩୫ ହଜାର ବର୍ଗଫୁଟ।

Comment