ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟର ୬ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି।

ସୁବର୍ଣ୍ଣପୁରରେ ତାପମାତ୍ରା ୧୨.୭ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କୋରାପୁଟରେ ୧୮ ଡିଗ୍ରୀ, ଭୁବନେଶ୍ୱରେ ୧୯.୯, କଟକରେ ୨୦ ଡିଗ୍ରୀ ତାପମାତ୍ରା ରହିଛି। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେଉଛି ଏବଂ ସବୁଠୁ ଥଣ୍ଡା ସହର ପାଲଟିଛି ସୁବର୍ଣ୍ଣପୁର।

ଏହାଛଡ଼ା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ନଭେମ୍ବର ପହିଲାରୁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଏ ବର୍ଷ ଅଧିକ ଶୀତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଇଛି।

Comment