ଓଡ଼ିଶାଲାଇଭ୍ ବ୍ୟୁରୋ

ହଲିଉଡ୍ ଫିଲ୍ମ ଜଗତରେ ଜେମସ୍ ବଣ୍ଡ ନାଁ’ରେ ପରିଚିତ ଅଭିନେତା ସିଏନ୍ କୋନେରୀଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶନିବାର ଏନେଇ ତାଙ୍କର ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ହଲିଉଡ୍ ଫିଲ୍ମ ଜଗତରେ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଅଭିନେତା ହେଉଛନ୍ତି କୋନେରୀ। ତାଙ୍କ ଅଭିନୀତ ଜେମ୍ସ ବଣ୍ଡ ସିରିଜ ୧୯୬୨ରୁ ୧୯୮୩ ମସିହା ମଧ୍ୟରେ ଧମାଲ୍ ମଚାଇଥିଲା। ଏହି ଫିଲ୍ମ ଜରିଆରେ ସେ ଦର୍ଶକମାନଙ୍କର ନିକଟତର ହେବା ସହ ତାଙ୍କ ହିରୋ ବନିଯାଇଥିଲେ।

ଲମ୍ବା ସମୟ ଧରି ସେ ଅଭିନୟ ସହ ଜଡ଼ିତ ଥିଲେ। ଯେଉଁ କାରଣରୁ ତାଙ୍କୁ ଓସ୍କାର, ଦୁଇଥର ବାଫ୍ଟା ଆୱାର୍ଡ ଓ ତିନିଥର ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ମିଳିଥିଲା। ହେଲେ ଆଜି ତାଙ୍କର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି।

Comment