ଓଡ଼ିଶାଲାଇଭ୍ ବ୍ୟୁରୋ

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନ୍‌ଏସ୍‌ଏସ୍‌ ଶାଖା ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି। କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ଏକତା ଶପଥ ପାଠ କରିଥିବା ସୋଆ ପକ୍ଷରୁ ସୂଚନା ମିଳିଛି।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସୋଆ ପରିଚାଳିତ ସମସ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ସ୍ଵେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକତା ଶପଥପାଠ କରିଛନ୍ତି। ଉଭୟ ହିନ୍ଦୀ ଓ ଇଂରାଜୀରେ ଏହି ଶପଥପାଠ କରାଯାଇଛି।

ଶପଥ ପାଠ କାର୍ଯ୍ୟକ୍ରମରେ ସୋଆ ଡିନ୍ (ଆର ଏଣ୍ଡ ଡି) ପ୍ରଫେସର ପି.କେ. ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ସଂଯୋଜକ ଡକ୍ଟର ନଚିକେତା ଶର୍ମା, ମାନବ ସମ୍ବଳ ଅଧିକାରୀ ସିଦ୍ଧବ୍ରତ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଭାଗ ନେଇଥିଲେ।

Comment