ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଫିଲ୍ମ ଅଭିନେତା ବିଜୟ ରାଜଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ତାଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଖରାପ ବ୍ୟବହାରର ଅଭିଯୋଗ କରିଥିବା ହେତୁ ପୋଲିସ ବିଜୟ ରାଜଙ୍କୁ ଗିରଫ କରିଛି।

ନିକଟରେ ବିଜୟ ରାଜ ନିଜର ଫିଲ୍ମ ‘ଶେରନୀ’ର ସୁଟିଂ ପାଇଁ ବାଲାଘାଟରେ ଯାଇଥିଲେ। ସେଠାରେ ଏହି ଫିଲ୍ମର ସୁଟିଂ ସମୟରେ ସେ ତାଙ୍କର ଜଣେ ସହ-ଅଭିନେତ୍ରୀଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ କେନ୍ଦ୍ର କରି ପୋଲିସ ତାଙ୍କୁ ଗିରଫ କରିଛି।

୫୭ ବର୍ଷୀୟ ବିଜୟ ରାଜ ନିଜର ଚତ୍ମକାର ଅଭିନୟ ପାଇଁ ବେଶ ଲୋକପ୍ରିୟ। ଫିଲ୍ମ ‘ରନ୍’ରେ ତାଙ୍କର ଦମଦାର କମେଡି ଲୋକଙ୍କ ମନକୁ ଛୁଇଁଥିଲା। ଏହାପରେ ସେ ଧମାଲ୍, ୱେଲକମ୍, ଦିୱାନେ ହୁଏ ପାଗଲ, ମୁମ୍ବାଇ ଟୁ ଗୋଆ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Comment