ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ଜଣେ ଓଡ଼ିଆ, ଏକ ସିନେମାରେ ଇଂରାଜୀ ଭାଷାର ଗୀତ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା। ନନ୍ ଫିଚର ହିନ୍ଦୀ ଫିଲ୍ମରେ ଥିବା ଏହି ଇଂରାଜୀ ଗୀତଟିକୁ ଗୀତିକାର ପ୍ରଫେସର ରମାକାନ୍ତ ମିଶ୍ର ରଚନା କରିଛନ୍ତି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଇଣ୍ଡିଆନ ଆଇଡଲ୍‌ ଫେମ୍ ଓଡ଼ିଆ ଝିଅ ଚେଲ୍‌ସୀ ବେହୁରା।

ଫିଲ୍ମଟି ଓଡ଼ିଶାର ବାଲୁକାକଳା ଏବଂ ପର୍ଯ୍ୟଟନ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରକୁ ପ୍ରଯୋଜକ ପ୍ରସନ୍ନ ପୃଷ୍ଟି ଏବଂ ସନ୍ତୋଷ ପଣ୍ଡା ନିର୍ମାଣ କରୁଥିବା ବେଳେ ଏହା ଏବେ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରହିଛି। ଏହାର ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା।

ସୁଶାନ୍ତ ମିଶ୍ର, ଜୁବୁଲୀ ସୁନ୍ଦରାୟ, କଳିଙ୍ଗ ଦାସ, ନିତୁ ସିଂହ, ଭେଦୁଲା ରାମଲକ୍ଷ୍ମୀ ଏବଂ ଭାଓଲେଟ ଆଦି କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Comment