ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସହ ଲୋକଙ୍କର ୮ ମାସ ବିତିଲାଣିା ଏହାର ମୁକାବିଲା ପାଇଁ ମାସ୍କ ପିନ୍ଧବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଦେଖାଯାଉଛି ଯେ ଆସ୍ଥମା ରୋଗୀଙ୍କ ମାସ୍କ ପିନ୍ଧିବାରେ ସମସ୍ୟା ଉପୁଜୁଛି। ସେମାନେ ଅଣନିଶ୍ୱାସୀ ହୋଇଯାଉଛନ୍ତି। ତେବେ ଏଭଳି ଅନୁଭବ କରୁଥିବା ବ୍ୟକ୍ତି କ’ଣ କରିବେ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିା

କରୋନା କାଳରେ ମାସ୍କ ପିନ୍ଧିବା ନିହାତି ଜରୁରୀ। ଯେଉଁମାନେ ମାସ୍କ ପିନ୍ଧିବା ସମୟରେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି ସେମାନେ କପଡ଼ା ମାସ୍କ ବ୍ୟବହାର କରନ୍ତୁା ପୂର୍ବରୁ ଅଭ୍ୟାସ ନଥିବାରୁ ଏହି ସମସ୍ୟା ହେଉଥାଇପାର। ତେଣୁ ମାସ୍କ ପିନ୍ଧିବା ଅଭ୍ୟାସ କରନ୍ତୁ। ଆସ୍ଥମା ରୋଗୀଙ୍କୁ ମାସ୍କ ପିନ୍ଧିବା ଦ୍ୱାରା ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସମସ୍ୟା ହୋଇଥାଏା ତଥାପି ସେମାନଙ୍କ ପାଇଁ ମାସ୍କ ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

“ମାସ୍କ ପିନ୍ଧିବା ସହିତ ସେମାନେ ନିଜର ଔଷଧ ନିୟମିତ ଜାରି ରଖନ୍ତୁ। ଔଷଧରେ ସେମାନେ ଯେପରି ଢିଲା ନକରନ୍ତି ସେମାନଙ୍କୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ।  ଆସ୍ଥମା ରୋଗୀ ବିନା ମାସ୍କରେ ବାହାରକୁ ଗଲେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି”, କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ସେହିପରି କରୋନାରୁ ସୁସ୍ଥ ହେବା ପରେ ବି ନିଜର ଯତ୍ନ ନେବା ନିହାତି ଆବଶ୍ୟକ। କରୋନାରୁ ସୁସ୍ଥ ହୋଇଥିଲେ ବି ବ୍ୟକ୍ତି ଶାରୀରିକ ଦୂରତା ରଖିବା ସହିତ ଓ ମାସ୍କ ସବୁବେଳେ ପିନ୍ଧନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞା। ଅନ୍ୟପଟେ ଆଗକୁ ଦୀପାବଳି ରହିଥିବାରୁ ବାଣ ନଫୁଟାଇବାକୁ କୁହାଯାଇଛି।

Comment