ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୮ ମାସ ପରେ ମହାରାଷ୍ଟ୍ରରେ ଶୁକ୍ରବାରଠାରୁ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସମସ୍ତ ସିନେମା ହଲ୍‌ ଖୋଲିଛି। କୋଭିଡ ଗାଇଡଲାଇନକୁ ପାଳନ କରି ଦର୍ଶକ ଏବେ ହଲ୍‌ରେ ବସି ଫିଲ୍ମ ଦେଖିପାରିବେ। କିନ୍ତୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଚଳାଇବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଅନ୍ୟପଟେ ଦୀପାବଳି ପୂର୍ବରୁ ସିନେମା ହଲ୍‌ ଖୋଲିଥିବାରୁ ଏହା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଲାଭଦାୟକ ହେବ। ଏହି ଅବସରରେ ପୁରୁଣା ଫିଲ୍ମକୁ ପୁଣିଥରେ ରିଲିଜ କରିବାକୁ ଯୋଜନା କରାଯାଉଛି। ‘ସୁରଜ ପେ ମଙ୍ଗଲ ଭାରୀ’, ‘ବାହୁବଳି’, ‘ବାହୁବଳି ୨’ , ‘ଦିଲଓ୍ୱାଲେ ଦୁଲହନିଆଁ ଲେ ଯାୟେଙ୍ଗ’ ଆଦି ଫିଲ୍ମ ପୁଣିଥରେ ରିଲିଜ ହୋଇପାରେ।

ଅକ୍ଟୋବର ୧୫ରୁ ସାରା ଦେଶରେ ଫିଲ୍ମ ହଲ୍‌ କୋଭିଡ୍ ଗାଇଡଲାଇନକୁ ପାଳନ କରି ଖୋଲିପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିଲା। ହେଲେ ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ବଢୁଥିବାରୁ ସିନେମା ହଲ୍ ଖୋଲିବାକୁ ମନା କରାଯାଇଥିଲା।

Comment