ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ଲୋକଙ୍କୁ ମିଳୁଛି ‘ରିଟର୍ଣ୍ଣ ଗିଫ୍ଟ’। ଆନ୍ଧ୍ରପ୍ରଦେଶର କାକିନାଡା ସହରରେ ମ୍ୟୁନିସିପାଲିଟି ଏଭଳି ବ୍ୟବସ୍ଥା କରିଛି। କିନ୍ତୁ ଏହି ରିଟର୍ଣ୍ଣ ଗିଫ୍ଟ ଆଉ କିଛି ନୁହେଁ ବରଂ ଆବର୍ଜନାକୁ ପ୍ୟାକ୍‌ କରି ସେହି ବ୍ୟକ୍ତିଙ୍କ ଘରକୁ ପଠାଯାଉଛି।

ମ୍ୟୁନିସିପାଲିଟି କର୍ମଚାରୀ ଘର ଘରୁ ବୁଲି ଆବର୍ଜନା ସଂଗ୍ରହ କରିବାକୁ ଯାଉଥିଲା ବେଳେ କିଛି ବ୍ୟକ୍ତି ଆବର୍ଜନା ନଦେଇ ବରଂ ରାସ୍ତାରେ ପକାଉଛନ୍ତି। ଏହି ଭଳି ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏହି ନିଆରା ଉପାୟ ଅବଲମ୍ବନ କରାଯାଇଛି। ବାରମ୍ବାର କହିବା ପରେ ଲୋକ ସୁଧୁରୁ ନାହାନ୍ତି। ଫଳରେ ସହର ଅପରିଷ୍କାର ହେଉଛି। ଏହାଦ୍ୱାରା ବିଭିନ୍ନ ରୋଗ ମଧ୍ୟ ବ୍ୟାପୁଛି। ତେଣୁ ମ୍ୟୁନିସିପାଲିଟି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି ମ୍ୟୁନିସିପାଲିଟି କମିସନର।

ଘର ଘର ବୁଲି ମ୍ୟୁନିସିପାଲିଟି କର୍ମଚାରୀ ଲୋକଙ୍କୁ ଏନେଇ ବୁଝାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comment