ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୀତର ପ୍ରକୋପ ଧିରେ ଧିରେ ବଢ଼ୁଛି। ଏହାର ପ୍ରଭାବରେ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ସେଥିମଧ୍ୟରୁ ସୋନପୁର ସହରରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦.୫ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩ ଡିଗ୍ରୀ, କେନ୍ଦୁଝରରେ ୧୩.୮ ଡିଗ୍ରୀ, ବାରିପଦାରେ ୧୪.୨ ଡିଗ୍ରୀ, ବଲାଙ୍ଗିରରେ ୧୪.୬ ଡିଗ୍ରୀ, ସମ୍ବଲପୁରରେ ୧୪.୭ ଡିଗ୍ରୀ, କଟକରେ ୧୬.୮ ଡିଗ୍ରୀ ଓ ଭୁବନେଶ୍ଵରରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment