ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ୍ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେବ। କରୋନା କଟକଣାକୁ ଆଖି ଆଗରେ ରଖି ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ମଙ୍ଗଳବାର ବାଲେଶ୍ୱରର ଜିଲ୍ଲାପାଳ ଅଫିସ୍ ଓ ତିର୍ତ୍ତୋଲର ଏସଭିଏମ୍ କଲେଜରେ ଏହି ଭୋଟ୍ ଗଣତି କରାଯିବ। ପୂର୍ବଥର କାଉଣ୍ଟିଂ ସେଣ୍ଟରର ଗୋଟିଏ ରୁମରେ ୧୪ଟି ଗଣତି ଟେବୁଲ ରଖାଯାଉଥିଲା। ହେଲେ ଚଳିତ ବର୍ଷ ଦୁଇଟି ରୁମରେ ୧୪ଟି ଗଣତି ଟେବୁଲ୍ ରହିବ। ପ୍ରଥମେ ପୋଷ୍ଟାଲ୍ ବାଲାଟକୁ ଗଣାଯିବ ଏହାପରେ ଇଭିଏମ୍ ମେସିନର ଭୋଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଭୋଟ୍ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ କରାଯିବ। ଯେପରିକି ମାସ୍କ ପିନ୍ଦିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ଭଳି ନିୟମ ପାଳନ କରାଯିବ। ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ଦୁଇ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା କର୍ମୀମାନେ ଏହାର ଦ୍ୱାୟିତ୍ୱ ନେଇଛନ୍ତି।

Comment