ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରହିଛି।

ଏହାଛଡ଼ା ଆଉ ୨ଟି ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳକୁ ଖସିଛି। ଦାରିଙ୍ଗିବାଡ଼ିରେ ୯.୫, ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ ରହିଛି।

ସେହିପରି ଆଉ ୧୦ଟି ସହରର ତାପାମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଅନୁଗୁଳରେ ୧୧, କୋରାପୁଟରେ ୧୧.୨, ଭବାନିପାଟଣାରେ ୧୧.୪, ଝାରସୁଗୁଡ଼ାରେ ୧୩.୪, ତାଳଚେରରେ ୧୩.୫, ବଲାଙ୍ଗିର ୧୪ ଡିଗ୍ରୀ, କେନ୍ଦୁଝରରେ ୧୪.୪, ମାଲକାନଗିରିରେ ୧୪.୫ ଡିଗ୍ରୀ, ଭୁବନେଶ୍ୱର ୧୬.୩, କଟକ ତାପମାତ୍ର ୧୫ ଡିଗ୍ରୀ ସେଲସିୟସ ରହିଛି। ଫଳରେ ଏବେ ରାଜ୍ୟରେ ଶୀତ ବଢ଼ିବ ବୋଲି କୁହାଯାଇଛି।

Comment