ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ତାଙ୍କର ନୂଆ ଫିଲ୍ମ ପାଇଁ ନାନା କସରତ ଚଳାଇଛନ୍ତି। ଏହି ଫିଲ୍ମ ହେଲା ‘ରଶ୍ମୀ ରକେଟ’। ଫିଲ୍ମଟି ଜଣେ କ୍ରୀଡ଼ାବିତଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି। ତାପସୀ ଏହି ଫିଲ୍ମରେ ଜଣେ କ୍ରୀଡ଼ାବିତ ଭାବେ ନଜର ଆସିବେ।

ତେଣୁ ଫିଲ୍ମରେ ନିଜ ଭୂମିକାକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ତାପସୀ। ଫିଲ୍ମ ପାଇଁ ଡାଇଟିଙ୍ଗ୍‌ କରିବା ସହିତ ଖେଳ ପଡ଼ିଆରେ ପ୍ରବଳ ଝାଳ ବୁହାଉଛନ୍ତି ସେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାପସୀ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହା ପୂର୍ବରୁ ଖେଳ ପଡ଼ିଆରେ ଟ୍ରାକ୍‌ ଉପରେ ଦୌଡ଼ୁଥିବାର ଫଟୋ ତାପସୀ ସେୟାର କରିଥିଲେ।

ଆକର୍ଷ ଖୁରାନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ତାପସୀ ଉତ୍ତରପ୍ରଦେଶର କଚ୍ଛ ଗାଁର ଜଣେ ଗାଉଁଲି ଝିଅ ଭୂମିକାରେ ଆସିବେ। ଫିଲ୍ମଟି ୨୦୨୧ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

Comment