ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ସାନ ଭାଇ ଅକ୍ଷତଙ୍କ ବିବାହରେ ପିନ୍ଧିଥିବା ଲେହେଙ୍ଗାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। କାରଣ ଏହି ଲେହଙ୍ଗାରେ କଙ୍ଗନା କୌଣସି ରାଣୀଙ୍କଠାରୁ ବି କମ୍‌ ଲାଗୁନଥିଲେ। ଗୁଜୁରାଟି ବାନ୍ଧିନୀ ଲେହଙ୍ଗା ସାଙ୍ଗକୁ ଅଳଙ୍କାର ତାଙ୍କୁ ରାଜକୀୟ ଲୁକ୍‌ ଦେଇଥିଲା। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଲେହଙ୍ଗା ତିଆରି କରିବା ପାଇଁ ୧୪ ମାସ ସମୟ ଲାଗିଥିଲା। ଏନେଇ କଙ୍ଗନା ନିଜେ ଟୁଇଟ କରି ସୂଚନା ଦେଇଥିଲେ।

କଙ୍ଗାନାଙ୍କ ଲେହଙ୍ଗା ଡିଜାଇନର ଅନୁରାଧା ବକିଲ ଡିଜାଇନ କରିଥିଲା ବେଳେ ଖ୍ୟାତନାମା ଡିଜାଇନର ସବ୍ୟସାଚ୍ଚୀ ତାଙ୍କ ଅଳଙ୍କା ଡିଜାଇନ୍‌ କରିଥିଲେ। କଙ୍ଗନାଙ୍କୁ ଏହାକୁ ପିନ୍ଧି ବେଶ ସୁନ୍ଦର ଦିଶୁଥିଲେ। ସେ ନିଜର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ଭାଉଜ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହ ନଜର ଆସିଛନ୍ତି।

କଙ୍ଗନାଙ୍କ ଭାଇ ବାହଘର ରାଜସ୍ଥାନର ଉଦୟପୁରରେ ହୋଇଥିଲା।  ଏହି ବାହାଘରରେ କଙ୍ଗନା ବେଶ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।

Comment