ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେବ ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ଟି ସ୍କୁଲ। ଶୁକ୍ରବାର ଅପରାହ୍ଣରେ ‘ମୋ ସ୍କୁଲ’ ପରିଚାଳନା ସଂଗଠନର ୧୮ତମ କାର୍ଯ୍ୟକାରୀ କାଉନ୍‌ସିଲର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ତଥା ମୋ ସ୍କୁଲ ଅଭିଯାନରେ ଏହି ସ୍କୁଲଗୁଡ଼ିକୁ ଯୋଡ଼ିବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଏହାର ଦୁଇଗୁଣ ଅର୍ଥ ୪ କୋଟି ୯୩ ଲକ୍ଷ ୮୦ ହଜାର ୪୦ ଟଙ୍କା ଅନୁମୋଦନ କରିଛନ୍ତିା ଉଭୟ ପୁରାତନ ଛାତଛ୍ରାତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭ କୋଟି ୪୦ ଲକ୍ଷ ୭୦ ହଜାର ୬୦ ଟଙ୍କା ବ୍ୟୟ ଅଟକଳରେ ସଂପୃକ୍ତ ବିଦ୍ୟାଳୟର କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ମିଳିଛି।ଗଜପତି, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବରଗଡ଼ ପ୍ରଭୃତି ଜିଲ୍ଲାର ବହୁସ୍କୁଲ ଏହି ଅଭିଯାନରେ ସାମିଲ ହୋଇ ଅନୁଦାନ ସଂଗ୍ରହ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତିା ତେବେ ଗଜପତି ଜିଲ୍ଲା ଏହି ଅଭିଯାନ ପାଇଁ ସର୍ବାଧିକ ୫୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ପ୍ରଦାନ କରିଛି। ଏହି ବୈଠକରେ ‘ମୋ ସ୍କୁଲ’ ଅଭିଯାନ ଏବଂ ଟାଟା ଟ୍ରଷ୍ଟ ମିଳିତ ସହଯୋଗରେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛିା

ବିଭିନ୍ନ ବିଦ୍ୟାଳୟରେ ପାଠାଗାର ଗଠନ ଉପରେ ଏବଂ ଶକ୍ଷିକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତିା ଏଥିସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାର୍ଚ୍ଚ ୨୦୨୧ ମସିହା ଭିତରେ ବିଦ୍ୟାଳୟର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ଆଲୋଚନା କରାଯାଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ, ‘ମୋ ସ୍କୁଲ’ ଅଭିଯାନର ଭାରପ୍ରାପ୍ତ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment