ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୬ରୁ ମହାରାଷ୍ଟ୍ରରେ ଖୋଲିବାକୁ ଯାଉଛି ସମସ୍ତ ଧାର୍ମିକ ସ୍ଥଳ। ଏନେଇ ଶନିବାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ତେବେ ଦର୍ଶନ ସମୟରେ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

କରୋନା ଓ ଲକଡାଉନ୍ ସକାଶେ ମହାରାଷ୍ଟ୍ରରେ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ହୋଇ ରହିଥିଲା। ଯାହାକୁ ଖୋଲିବାକୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାପରେ ଆଜି ମହାରାଷ୍ଟ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି।

ତେବେ ଏଥିପାଇଁ କେତେକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଭକ୍ତମାନେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବେ। ଏଥିସହ କେନ୍ଦ୍ର ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ପାଳନ କରି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିପାରିବ ବୋଲି କୁହାଯାଇଛି। ଏହାପୂର୍ବରୁ ମହାରାଷ୍ଟ୍ରରେ ଅଧା ଦର୍ଶକଙ୍କୁ ନେଇ ସିନେମା ହଲ୍, ଥିଏଟର ଆଦି ଖୋଲିବାକୁ ଅନୁମତି ମିଳିଥିଲା। ଏବେ ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି।

Comment