ଓଡ଼ିଶାଲାଇଭ୍ ବ୍ୟୁରୋ

ଯବାନଙ୍କ ସହ ମିଶି ସୀମାରେ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଶନିବାର ସେ ରାଜସ୍ଥାନର ଜୈସଲମେର ବର୍ଡରରେ ପହଞ୍ଚିସାରିଛନ୍ତି। ସେଠାରେ ମୋଦୀ ଲାଙ୍ଗେୱାଲା ପୋଷ୍ଟରେ ଥିବା ବିଏସ୍ଏଫ୍ ଯବାନଙ୍କ ସହ ମିଶି ଦୀପାବଳି ପାଳନ କରିବେ।

ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ୍ ବିପିନ ରାୱତ, ସେନାମୁଖ୍ୟ ଏମ୍ଏମ୍ ନରୱଣେ, ଏୟାରଚିଫ୍ ମାର୍ଶଲ ଆର୍ କେ ଏସ୍ ଭଦୌରିୟା ଏବଂ ବିଏସ୍ଏଫ୍ ଡିଜି ରାକେଶ ଅସ୍ଥାନା ମଧ୍ୟ ଜୈସଲମେର ଯାଇଛନ୍ତି।

ଲାଙ୍ଗେୱାଲା ସୈନ୍ୟ ପୋଷ୍ଟ ଭାରତୀୟ ଆର୍ମି ଇତିହାସରେ ବେଶ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ୧୯୭୧ ମସିହାରେ ଏହିଠାରେ ହିଁ ଭାରତ ଓ ପାକିସ୍ଥାନ ଭିତରେ ଭୀଷଣ ଯୁଦ୍ଧ ହୋଇଥିଲା। ୪ ଡିସେମ୍ବର,୧୯୭୧ରେ ଏହି ଲାଙ୍ଗେୱାଲା ପୋଷ୍ଟର ୧୨୦ ଜଣ ଭାରତୀୟ ସୈନିକ ୩ ହଜାର ପାକିସ୍ଥାନୀ ଯବାନଙ୍କୁ ନିପାତ କରି ଇତିହାସ ରଚିଥିଲେ। ଲୋଙ୍ଗେୱାଲା ପୋଷ୍ଟକୁ କବଜା କରିବାକୁ ପାକିସ୍ଥାନର ଏହି ପ୍ରୟାସ ବିଫଳ ହୋଇଯାଇଥିଲା।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳିଥିଲେ। ୨୦୧୯ରେ ମୋଦୀ ଜମ୍ମୁ କଶ୍ମୀର ଯାଇ ସେଠାରେ ଯବାନଙ୍କୁ ମିଠାଇ ବାଣ୍ଟିବା ସହ ଦୀପାବଳି ମନାଇଥିଲେ। ୨୦୧୮ରେ ମଧ୍ୟ ମୋଦୀ ଆଇଟିବିପି ଯବାନଙ୍କ ସହ ଦୀପାବଳି ଉତ୍ସବ ମନାଇଥିଲେ।

Comment