ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ୬ ମାସ ଯାଏଁ ବନ୍ଦ ରହିବ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। ଆସନ୍ତା ୬ ମାସ ଯାଏଁ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ ନାହିଁ। ଶୀତ ସରିବା ପରେ ପୁଣି ରୀତିନୀତିରେ ମନ୍ଦିର ଖୋଲାଯିବ। ତେବେ ଆପଣ ଜାଣନ୍ତି କି ବର୍ଷକରେ ୬ ମାସ ଏହି ମନ୍ଦିର ଖୋଲା ରହୁଥିବା ବେଳେ ୬ ମାସ କାହିଁକି ବନ୍ଦ ରହେ?

ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ଏହି ମନ୍ଦିର ରହିଛି। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜମାନ ଅଛନ୍ତି।

କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଶୀତ ପଡ଼ିଲେ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ। ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ। ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ। ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥଙ୍କର ଦର୍ଶନ ମିଳେ। ସାଧାରଣତଃ ଅକ୍ଷୟ ତୃତୀୟ ଅବସରରେ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ମନ୍ଦିର କବାଟ ବନ୍ଦ କରାଯାଏ।

ସବୁଠୁ ଆଶ୍ଚର୍ଯ୍ୟର କଥା ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ଜଳା ଯାଇ ମନ୍ଦିର ବନ୍ଦ କରାଯାଏ। ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଦୀପ ଜଳିଥାଏ। ଏହାପଛରେ କ’ଣ ରହସ୍ୟ ରହିଛି ତାହା ଆଜି ପର୍ଯ୍ୟନ୍ତ କାହାକୁ ଜଣାନାହିଁ।

LEAVE A REPLY

Please enter your comment!
Please enter your name here