ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଏଥର ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବରେ ହେବ। ଅତିକମ୍‌ରେ ୩ ମାସ କ୍ଲାସରେ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ ତେବେ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ। କିନ୍ତୁ ରାଜ୍ୟ ସରକାର ତାଙ୍କ ଆଡ଼ୁ ପରୀକ୍ଷା ବନ୍ଦ କରିବେ ନାହିଁ। ଯଦି ପରୀକ୍ଷା ବନ୍ଦ କରାଯାଏ ତାହେଲେ ପିଲା ଗୋଟିଏ ବର୍ଷ ପଛୁଆ ହୋଇଯିବେ ବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପଟେ ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ଆଲୋଚନ ହେବ। କରୋନା ସ୍ଥିତି ଦେଖି ସରକାର ନିଷ୍ପତ୍ତି ନବେ ବୋଲି କହିଛନ୍ତି ମନ୍ତ୍ରୀ।

ଯଦି ସ୍ଥିତି ସ୍ୱାଭାବିକ ଥାଆନ୍ତା ତେବେ ନଭେମ୍ବରକୁ ପ୍ରିଟେଷ୍ଟ, ଟେଷ୍ଟ ପରୀକ୍ଷା ସାରି ଡିସେମ୍ବରକୁ ଫାଇନାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥାନ୍ତେ। ହେଲେ କରୋନା ପାଇଁ ସିଲାବସ୍‌ ବି ସରିନି। ଛାତ୍ରଛାତ୍ରୀ ଏ ବର୍ଷ ସ୍କୁଲ ମାଟି ମାଡିନାହାନ୍ତି। ପାଠପଢ଼ା ପାଇଁ ଅନଲାଇନ ହିଁ ବିକଳ୍ପ ପାଲଟିଛି। କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ।

Comment