ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ସୁପରଷ୍ଟାର ସଲଖାନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ତାଙ୍କର ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ୍ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯେଉଁ କାରଣରୁ ସଲମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଥିଲା। ଏହାପରେ ସଲମାନଙ୍କ କରୋନା ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ୍ ଆସିଛି।

ସଲମାନ ଏବେ ବିଗ୍ ବସର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କର ନିକଟରେ ଥିବା ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଲମାନ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ଯାହାଦ୍ୱାରା ଶୋ’ର ସୁଟିଂ ବନ୍ଦ ହେବ ବୋଲି କୁହାଯାଉଥିଲା। ହେଲେ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସଲମାନଙ୍କ ଫ୍ୟାନମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ବିଗବସ ସହିତ ସଲମାନ ତାଙ୍କର ଆଗାମୀ ଫିଲ୍ମ ରାଧେର ମଧ୍ୟ ସୁଟିଂ ଜାରି ରଖିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଭୁ ଦେବା ଦେଉଥିବାବେଳେ ଏଥିରେ ତାଙ୍କ ସହ ଦିଶା ପଟାନି ନଜର ଆସିବେ।

Comment