ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାରେ ବିଳମ୍ବ ହେବ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ କଲେଜ ଓ ୟୁନିଭର୍ସିଟି ଖୋଲିବ ନିଶ୍ଚିତ। କିନ୍ତୁ କେବେ ଖୋଲିବ ତାହା କରୋନା ସ୍ଥିତି ଉପରେ ନିର୍ଭର କରିବ।

ମନ୍ତ୍ରୀ କହିଛନ୍ତି ଯେ, ଯଦି ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିଯାଏ ହଷ୍ଟେଲ ଓ କ୍ଲାସରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେବନାହିଁ। ତେବେ ଘରେ ରହି ପାଠପଢ଼ା ଜାରି ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟର ସ୍କୁଲ ସବୁ ବନ୍ଦ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇସାରିଛି।

Comment