ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଅଭିନେତା ସାବ୍ୟସାଚୀ ମିଶ୍ର ପ୍ରଥମ ଥର ପାଇଁ ଏକ ଆନିମେଟେଡ୍ ଫିଲ୍ମ ପାଇଁ ସ୍ୱର ଦେଇଛନ୍ତି। ସାଉଥ୍ ଫିଲ୍ମ ‘ଧିର’ର ‘ଟେନାଲି ରାମା’ କାର୍ଟୁନ୍ ଚରିତ୍ର ପାଇଁ ସେ ସ୍ୱର ଦେଇଥିବା ସୂଚନା ମିଳିଛି। ଏହି ଫିଲ୍ମକୁ ସାଉଥ୍ ଇଣ୍ଡଷ୍ଟ୍ରି ଆନିମେଟର ଅରୁଣ କୁମାର ରାପୋଲୁ ଉଭୟ ନିର୍ଦ୍ଦେଶନା ଏବଂ ପ୍ରଜୋଜନା କରିଛନ୍ତି।

ଏହି ଚଳଚ୍ଚିତ୍ରଟି ୧୧ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାକୁ ମିଶାଇ ମୋଟ୍ ୧୨ଟି ଭାଷାରେ ନିର୍ମାଣ ହେଉଥିବା ବେଳେ ଦର୍ଶକମାନେ ଏହାର ଓଡ଼ିଆ ଭର୍ସନରେ ସବ୍ୟସାଚୀଙ୍କ ସ୍ଵରକୁ ଉପଭୋଗ କରିପାରିବେ।ଏହି ଚଳଚ୍ଚିତ୍ରରେ ସାବ୍ୟସାଚୀଙ୍କ ସହ ବଲିଉଡ ଅଭିନେତା ବିବେକ ଓବରୋଏ, ଜିତ, ସାଉଥ୍ ଅଭିନେତା ବିଜୟ ସେତୂପତି, ସ୍ଵପ୍ନିଲ ଯୋଶୀ, ସାଇ ଶ୍ରୀନିବାସ ବେଲାମକୋଣ୍ଡା, ଧ୍ରୁଭ ସରଜା, ଆସ୍କାର ଅଲି ଖାନ, ଯୁବରାଜ ହନ୍ସ, ପ୍ରତୀକ ଗାନ୍ଧୀ ଏବଂ ଶ୍ରୀ ନାଗେଶ ଅନ୍ୟ ଭାଷାରେ ସ୍ୱର ଦେଇଛନ୍ତି।

Comment