ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ୟାନସରକୁ ମାତ୍‌ ଦେବା ପରେ ବଡ଼ ପରଦାରେ ଜବରଦସ୍ତ କମ୍‌ବ୍ୟାକ କରିଛନ୍ତି ଅଭିନେତା ସଞ୍ଜୟ ଦତ୍ତ। ତାଙ୍କୁ ଆଗାମୀ ଫିଲ୍ମ ‘ତୋରବାଜ’ରେ ଦମଦାର ଚରିତ୍ରରେ ଦେଖିବେ ଦର୍ଶକ। ତେବେ ଏହି ଫିଲ୍ମର ଟ୍ରେଲର ଶନିବାର ରିଲିଜ ହୋଇଛି।

୨ ମିନିଟ ୧୪ ସେକେଣ୍ଡର ଭିଡିଓରେ ସଞ୍ଜୟ ଦତ୍ତଙ୍କୁ ଜଣେ ପୂର୍ବତନ ସେନା ଅଧିକାରୀ ଭାବେ ଦେଖାଯାଇଛି। ଏହି ଫିଲ୍ମଟି ଆତଙ୍କବାଦୀଙ୍କ ବିରୋଧୀ ଲଢ଼େଇକୁ ନେଇ ତିଆରି ହୋଇଛି। କ୍ୟାନସରରୁ ସୁସ୍ଥ ହେବା ପରେ ସଞ୍ଜୟ ଦତ୍ତଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ପରଦାରେ ସଞ୍ଜୁ ବାବାଙ୍କୁ ଦେଖି ଦର୍ଶକ ମଧ୍ୟ ଖୁସି ହୋଇଛନ୍ତି।

ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ୍ ୟୁଟ୍ୟୁବ୍ ଚାନେଲରେ ଅପଲୋଡ୍ ହୋଇଛି। ଏହାସହ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଭିଡିଓକୁ ତାଙ୍କ ଟୁଇଟରରେ ସେୟାର କରିଛନ୍ତି।  ଏହି ଭିଡିଓକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି।

ଫିଲ୍ମର ନିର୍ଦ୍ଦେଶନା ଗିରିଶ ମଲ୍ଲିକ ଦେଇଥିଲା ବେଳେ ରାହୁଲ ମିତ୍ର ଏହାର ପ୍ରଯୋଜକ ଅଛନ୍ତି। ଡିସେମ୍ବର ୧୧ରେ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେବାର ଅଛି। ଏଥିରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ରାହୁଲ ଦୁବେ, ନର୍ଗିସ ଫକ୍‌ରୀ ମୁଖ୍ୟ ଚରିତ୍ରରେ ଅଛନ୍ତି।

ଭୁବନେଶ୍ୱର ରାଜାରାଣୀ ଓ ମୁକ୍ତେଶ୍ଵର ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସକାଶେ ଅନୁମତି ମିଳିଛି।ଭୁବନେଶ୍ୱର ରାଜାରାଣୀ ଓ ମୁକ୍ତେଶ୍ଵର ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସକାଶେ ଅନୁମତି ମିଳିଛି।

Comment