ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେଉଛି। ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି। ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୧୮ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି। ସେହିପରି ୬ ହଜାର ୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ମୃତକଙ୍କୁ ମିଶାଇ ଦିଲ୍ଲରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮ ୧୫୯କୁ ବୃଦ୍ଧି ଘଟିଲାଣି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୧୭, ୨୩୮ରେ ପହଞ୍ଚିଛି। ଏଥିମଧ୍ୟରୁ  ୪୦, ୯୩୬ ଆକ୍ଟିଭ୍‌ କେସ ରହିଛି।

ଅନ୍ୟପଟେ ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ସରକାର କୋଭିଡ ନିୟମ କଡ଼ାକଡ଼ି କରିଛନ୍ତି। ମାସ୍କ ନପିନ୍ଧିଲେ ୨୦୦୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି।

Comment