ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ। ଡ଼ିସେମ୍ବର କିମ୍ବା ଜାନୁଆରୀରେ ଏହି ଗସ୍ତ ଅନୁଷ୍ଠିତ ହେବ। ୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ନଡ୍ଡା ୧୨୦ ଦିନିଆ ଦେଶ ଗସ୍ତରେ ବାହାରିବେ। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦଳର ସଙ୍ଗଠନକୁ ମଜବୁତ କରିବା।

ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଅବଶ୍ୟ ସ୍ଥିରୀକୃତ ହୋଇନାହିଁ। ତେବେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ଅନୁଯାୟୀ ଏହି ତିନି ଦିନିଆ ଗସ୍ତ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଓଡ଼ିଶା ବିଜେପିର ସଙ୍ଗଠନକୁ କିଭଳି ସୁଦୂର ପ୍ରସାରୀ କରାଯିବ ତାର ରଣନୀତି ପ୍ରସ୍ତୁତ ପାଇଁ ନଡ୍ଡା ସମୟ ଦେବେ।

‘ମିଶନ ୧୨୦ ଓ ଡବଲ ଇଞ୍ଜିନ’ ଆଦି ବିଷୟ ନେଇ ଦଳୀୟ କର୍ମୀଙ୍କ ସହ ସେ ଆଲୋଚନା କରିବେ। ଅଧିକନ୍ତୁ,ଏହି ଗସ୍ତ ସମୟରେ ସେ ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ। ସବୁ ବୁଥ୍ ୟୁନିଟ କର୍ମକର୍ତ୍ତାଙ୍କ ସହ ଅନଲାଇନ ଆଲୋଚନା ବି ହେବ।

Comment