ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ କର୍ମଚାରୀଙ୍କ ଧର୍ମଘଟ ଉପରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର। ଏଣିକି ଲୋକଙ୍କ ସେବାରେ ଥିବା ସରକାରୀ କର୍ମଚାରୀମାନେ ଧର୍ମଘଟ କରିପାରିବେ ନାହିଁ। ଯଦି କୌଣସି କର୍ମଚାରୀ ନିୟମ ନମାନି ଧର୍ମଘଟରେ ଅଂଶଗ୍ରହଣ କରନ୍ତି, ତେବେ ସେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ। ସୋମବାର ବିଧାନସଭାରେ ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ କରି ରାଜ୍ୟ ସରକାର ଏଭଳି ନିୟମ ଜାରି କରିଛନ୍ତି।

ସେହିପରି ଯଦି କୌଣସି ବ୍ୟକ୍ତି ଧର୍ମଘଟକୁ ପ୍ରୋତ୍ସାହନ କରେ ଏବଂ ଆର୍ଥିକ ସହାୟତା ପ୍ରଦାନ କରେ ସେ ମଧ୍ୟ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ। ଏଭଳି ଲୋକଙ୍କ ପାଇଁ ରାଜ୍ୟ ସରକାର ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ଏକ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା କରିଛନ୍ତି।

ସଂଶୋଧିତ ବିଲରେ କିଛି ସେବାକୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରିଛନ୍ତି। ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟ,ଅବକାରୀ, ଜଙ୍ଗଲ, ସୂଚନା ଓ ଯୋଗାଯୋଗକୁ  ଅତ୍ୟାବଶ୍ୟକ ସେବା ଭାବେ ଘୋଷଣା କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ଧର୍ମଘଟ କଲେ ସେମାନେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି କୁହାଯାଇଛି।

Comment