ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜେନେଲିଆ ଅଭିନୟ ଜଗତରେ ଦ୍ୱିତୀୟ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ମରାଠୀ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଜେନେଲିଆ ସାଇନ କରିଥିବା ଜଣାପଡ଼ିଛି।

୨୦୦୩ରେ ସେ ବଲିଉଡରେ ପ୍ରବେଶ କରିଥିଲେ ଜେନେଲିଆ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ତୁଝେ ମେରି କସମ୍‌’। ଏହାପରେ ସେ ମସ୍ତୀ, ଜାନେ ତୁ ୟା ଜାନେ ନା, ମେରେ ବାପ୍‌ ମେରେ ଆପ୍‌, ଚାନ୍ସ ପେ ଡାନ୍ସ, ଫୋର୍ସ, ଭଳି ଫିଲ୍ମରେ କାମ କରିଥିଲେ।

ଶେଷଥର ପାଇଁ ୨୦୧୨ରେ ଅଭିନେତ୍ରୀ ଭୁମିକାରେ ଅଭିନୟ କରିଥିଲେ। ସେହିବର୍ଷ ସେ ଅଭିନେତା ରିତେଶ ଦେଶମୁଖଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ।  ୨୦୧୨ରୁ ୨୦୧୮ ମଧ୍ୟରେ ୪ଟି ଫିଲ୍ମରେ ଅତିଥି କଳାକାର ଭାବେ ଛୋଟିଆ ଚରିତ୍ରରେ ନଜର ଆସିଥିଲେ।

ସେ ଏକାଧିକ ଭାରତୀୟ ଭାଷାରେ ଫିଲ୍ମ କରିଛନ୍ତି। ଏହାସହ ପୂର୍ବରୁ ବି ଏକାଧିକ ମରାଠୀ ଫିଲ୍ମରେ କାମ କରିଛନ୍ତି। ତେଣୁ ଏତେଦିନ ବ୍ୟବଧାନ ପରେ ଫିଲ୍ମ କରିବାରେ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।

Comment