ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଫଳତା ପଛରେ କାରଣ କ’ଣ? ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ଏହି ପ୍ରଶ୍ନ କରିଛନ୍ତି। କରୋନା ମୁକାବିଲାରେ ଓଡ଼ିଶା ସଫଳ ହୋଇଛି ବୋଲି ରାଜ୍ୟ ସରକାର ଯେଉଁ ଦାବି କରିଛନ୍ତି ତାହାର ଭିତ୍ତି କ’ଣ ବୋଲି ସେ ପଚାରିଛନ୍ତି।

ବିଜେଡ଼ି ବିଧାୟକ ଓ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରଶ୍ନରେ ଏକଥା ମଧ୍ୟ ପଚାରିଛନ୍ତି ଯେ, ଲକଡ଼ାଉନ,ସଟଡାଉନ ଓ ସ୍କୁଲ ବନ୍ଦ କରିବା ଦ୍ୱାରା କରୋନା ସଂକ୍ରମଣକୁ ରୋକା ଯାଇପାରିଛି କି? ରାଜ୍ୟରେ କମ ସଂକ୍ରମଣ ଓ ଅଧିକ ସୁସ୍ଥ ହୋଇଥିବା ନେଇ ଯେଉଁ ତଥ୍ୟ ଦିଆଯାଇଛି ତା ପଛରେ କ’ଣ ଭିତ୍ତି ରହିଛି ସେହି ଜବାବ ଖଣ୍ଡପଡା ବିଧାୟକ ଚାହିଁଛନ୍ତି।corona testମଠ ମନ୍ଦିର ଓ ସ୍କୁଲକୁ ଦୀର୍ଘ ଦିନ ଧରି ବନ୍ଦ ରଖିବା ଓ ଯାତ୍ରା ପରିବେଷଣ ଉପରେ କଟକଣା ନିଷ୍ପତ୍ତି ପଛରେ କ’ଣ ଯୁକ୍ତି ରହିଛି ବୋଲି ସେ ପଚାରିଛନ୍ତି। ଲୋକେ ହାଟ ବଜାରକୁ ଯାଇ ବେଫିକର କିଣା ବିକା କରୁଥିବାବେଳେ ଏସବୁ ଅନୁଷ୍ଠାନ ବନ୍ଦ ରହିଛି କାହିଁକି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଏଗୁଡ଼ିକୁ ଖୋଲିବା ପାଇଁ ସେ ଦାବି କରିଛନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ  ରାଜ୍ୟର ସବୁ ମଠ ମନ୍ଦିର ଶୀଘ୍ର ଖୋଲାଯାଉ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମଙ୍ଗଳବାର ଦିନ ଗୃହରେ ଦାବି ରଖିଛନ୍ତି।

Comment