ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହମାରୀ ସମୟରେ ଏକ ମହତ କାମରେ ଲାଗି ପଡ଼ିଛନ୍ତି କିନ୍ନର। ରାସ୍ତା ଉପରେ କରୋନା ମହାମାରୀ ଓ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ କରୁଛନ୍ତି ସଚେତନ। କେତେବେଳେ ଗୀତ ଗାଇ ତ କେତେବେଳେ ନାଟକ କରି ସେ କରୁଛନ୍ତି ଏହି ସଚେତନତା ଅଭିଯାନ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ସହରର ମୁଖ୍ୟ ଛକରେ ଗାଡ଼ି ଅଟକି ଥିବା ସମୟରେ ଏମାନେ ଲୋକଙ୍କୁ ସାମାଜିକ ଦୂରତା ରଖିବା ମାସ୍କ ପିନ୍ଧିବା ପାଇଁ ଦେଉଛନ୍ତି ବାର୍ତ୍ତା। ଏହାସହ କାର୍‌ ଚଳାଇବା ବେଳେ ସିଟ୍‌ ବେଲ୍ଟ ବାନ୍ଧି ଓ ବାଇକ ଚାଳକ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏହାସହ ମଦ ନପିଇ ଗାଡ଼ି ଚଳାଇବାକୁ କିନ୍ନର ସମୁଦାୟ ଲୋକଙ୍କୁ କହୁଛନ୍ତି।

ତେବେ କେବଳ ଟ୍ରାଫିକ ଛକ ନୁହେଁ, ରାସ୍ତାରେ ଯାଉଥିବା ସବୁଗାଡ଼ିକୁ ନିକଟକୁ ଯାଇ ସେ ଯାତ୍ରୀଙ୍କୁ ସଚେତନ କରାଉଛନ୍ତି। ଲକ୍ଷ୍ନୌ ସହରର ହସରଦଗଞ୍ଜ, ଆଲମବାଗ ଭଳି ୧୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କିନ୍ନରଙ୍କ ଦ୍ୱାରା ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ଉତ୍ତରପ୍ରଦେଶ ସରକାର ପରିବହନ ବିଭାଗର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

Comment