ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତା ପାଖରେ କିରୋସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କଲେ କୁଜଙ୍ଗ ଅଞ୍ଚଳର ମା-ପୁଅ। ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ହତ୍ୟାର ଶିକାର ପୁଅକୁ ନ୍ୟାୟ ନମିଳିବାରୁ ଜଗତ୍‌ସିଂହପୁର କୁଜଙ୍ଗ ଅଞ୍ଚଳର ସୁଲୋଚନା ଦାସ ଏବଂ ତାଙ୍କ ପୁଅ ସୁବ୍ରତ ଦାସ ଏହି ଉଦ୍ୟମ କରିଛନ୍ତି।

ଆତ୍ମହୁତି ଉଦ୍ୟମ କରିଥିବା ସୁଲୋଚନା ଦାସଙ୍କ କହିବା ଅନୁସାରେ ୨୦୧୯ ମସିହା ଜୁଲାଇ ମାସରେ ତାଙ୍କର ପୁଅ ଇଞ୍ଜିନିୟର ଅମୃତ ଦାସଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିଲେ। ଏବିଷୟରେ ଅମୃତଙ୍କ ପରିବାର ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହତ୍ୟାକାରୀମାନଙ୍କୁ ଧରିନଥିଲା। ଦୀର୍ଘଦିନ ଧରି ନ୍ୟାୟ ନମିଳିବାରୁ ସେମାନେ ଆଜି ବିଧାନସଭା ପାଖରେ ଆତ୍ମାହୁତି କରିବାକୁ ଆସିଛନ୍ତି।

Comment