ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯକ୍ଷ୍ମାରୋଗ ଦୂର କରିବା କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ୨୦୨୦ ବର୍ଷରେ ଏହି ସଫଳତା ହାସଲ ହୋଇପାରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟୁଇଟରେ ଏହା କୁହାଯାଇଛି।

ତା’ ଛଡ଼ା ବୌଦ୍ଧ, ଦେବଗଡ଼, ଜଗତସିଂହପୁର ଓ ସୁବର୍ଣ୍ଣପୁର ସମେତ ଦେଶର ୧୦ ଜିଲ୍ଲାରୁ ଟିବିକୁ ସମ୍ପୂର୍ଣ୍ଣ ଦୂର କରିବା ସମ୍ଭବ ହୋଇଛି। କରୋନା ପ୍ରକୋପ ସତ୍ତ୍ୱେ ଏହି ସଫଳତା ହାସଲ କରିଥିବା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଯକ୍ଷ୍ମାରୋଗ ନିରାକରଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ। ଏହା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ। ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ।

Comment