ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ର ପରୀ ଅପହରଣ ଓ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଘଟଣାରେ ଅଭିଯୁକ୍ତଙ୍କୁ ରକ୍ଷା କରୁଥିବା ଅଭିଯୋଗ ଆଣି ସେ ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି। ଦୋଷୀକୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଏଥିସହ ପରୀକୁ ନ୍ୟାୟ ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଦିଲ୍ଲୀ ଆସିବ ବୋଲି ସମ୍ବିତ ଟୁଇଟ୍ କରି ସୂଚନା ଦେଇଛନ୍ତି।
ମୋ ହୃଦୟ ଦୁଃଖ ଓ କ୍ରୋଧରେ ଭରିଯାଉଛି। ନୟାଗଡ଼ରେ ଏହା କି ପ୍ରକାର ଗୁଣ୍ଡାରାଜ ଚାଲିଛି, ଯେଉଁଠି ଏକ ନିରୀହ ଝିଅ ପ୍ରତି ଏଭଳି ନିଷ୍ଠୁରତା କରାଯାଇଛି ଏବଂ ପୋଲିସ ଓ ରାଜ୍ୟ ସରକାର ନିରବ ଦର୍ଶକ ସାଜିଛନ୍ତି। ଏଭଳି ଘଟଣା ବିଜେପି ଶାସନରେ ହୋଇଥିଲେ ଦେଶବ୍ୟାପୀ ହଙ୍ଗାମା ହୋଇଥାନ୍ତା। ପୁରୀର ଏହି ଜଘନ୍ୟ ଘଟଣାରେ ସମସ୍ତେ ଚୁପ୍ କାହିଁକି?
— Sambit Patra (@sambitswaraj) November 28, 2020
ସମ୍ବିତ ଟୁଇଟ୍ କରି ଲେଖିଛନ୍ତି ଯେ, ନୟାଗଡ଼ରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ରାଜ୍ୟ ସରକାର ଓ ପୋଲିସ ନିରବ ଦର୍ଶକ ସାଜିଛନ୍ତି। ବିଜେପି ଶାସନରେ ଏଭଳି ଘଟଣା ହୋଇଥିଲେ ଦେଶବ୍ୟାପୀ ହଙ୍ଗାମା ହୋଇଥାନ୍ତା। ତେବେ ନୟାଗଡ଼ର ଏହି ଜଘନ୍ୟ ଘଟଣାରେ ସମସ୍ତେ ଚୁପ୍ କାହିଁକି?
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାମକ ଗୁଣ୍ଡାକୁ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସୁରକ୍ଷା ଦେଉଥିବା ସମ୍ବିତ ଅଭିଯୋଗ କରିଛନ୍ତି। ଏଥିସହ ଧର୍ମ ଅଧର୍ମର ଏହି ଲଢ଼େଇ ନୟାଗଡ଼ର ଏକ ଗଳିରୁ ଆରମ୍ଭ ହୋଇ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ସମ୍ବିତ କହିଛନ୍ତି।