ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଜନ ବିରୋଧୀ କାର୍ଯ୍ୟ ପାଇଁ ରବିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ବହିଷ୍କୃତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ସହିତ ସମ୍ପର୍କକୁ ନେଇ ପ୍ରଦୀପ ବିବାଦୀୟ ହୋଇପଡ଼ିଥିଲେ। ଟାଟାର ଜାଲ୍ ନିଯୁକ୍ତିପତ୍ର ନେଇ ପ୍ରଦୀପଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଏଥିସହ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବାହାଘର ସ୍ଥିର ହୋଇଥିଲା। ତେଣୁ ପାଠକ ବାପ-ପୁଅଙ୍କ କଳା କାରନାମା ବିଷୟରେ ଜଣାପଡ଼ିବା ପରେ ପ୍ରଦୀପ ପାଣିଗ୍ରାହୀ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଆଜି ପ୍ରଦୀପଙ୍କୁ ବିଜେଡି ସଭାପତି ଦଳରୁ ବହିଷ୍କାର କରିଛନ୍ତି।

ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀଙ୍କୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଶୂନ୍ୟକାଳରେ ହୋ ହଲ୍ଲା କରିଛନ୍ତି। ଫଳରେ ଗୃହକୁ ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Comment