ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଥଣ୍ଡା ସାଙ୍ଗକୁ କୋହଲା ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ସୋମବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ସବୁଠୁ ଥଣ୍ଡା ସହର ଭାବେ ସୋନପୁରରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଦ୍ଵିତୀୟ ଥଣ୍ଡା ସହର ଭାବେ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଓ ତୃତୀୟ ଥଣ୍ଡା ସହର ଭାବେ ଅନୁଗୁଳରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ଫୁଳବାଣୀରେ ୧୧.୩ ଡିଗ୍ରୀ, କେନ୍ଦୁଝରରେ ୧୨.୦ ଡିଗ୍ରୀ, ବାରିପଦାରେ ୧୨.୪ ଡିଗ୍ରୀ, ଭବାନୀପାଟଣାରେ ୧୨.୮ ଡିଗ୍ରୀ, କୋରାପୁଟରେ ୧୩.୦ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୨ ଡିଗ୍ରୀ, ବଲାଙ୍ଗିରରେ ୧୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ଏଥିସହ ଟୁଇନ୍‌ ସିଟିରେ ମଧ୍ୟ ଶୀତର ପ୍ରକୋପ ବଢ଼ିଛି। କଟକରେ ତାପମାତ୍ରା ୧୪.୮ ଡିଗ୍ରୀ ଥିବା ବେଳେ ଭୁବନେଶ୍ଵରରେ ୧୬.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment