ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ସୁପରହିଟ୍‌ ଫିଲ୍ମ ‘ଆଶିକି’ ଫେମ୍‌ ରାହୁଲ ରାୟ ବ୍ରେନ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି। ଏବେ ସେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାହୁଲ ତାଙ୍କ ଆଗାମୀ ଫିଲ୍ମ ‘ଲାକ୍‌ ଲିଭ ଦ ବ୍ୟାଟେଲ’ର ସୁଟିଂ ବେଳେ ଅତ୍ୟଧିକ ଥଣ୍ଡା ପାଣିପାଗ ଯୋଗୁଁ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ଭାଇ ରୋମିର୍‌ ସେନ୍‌ ସୂଚନା ଦେଇଛନ୍ତି। ପ୍ରଥମେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେନା ସାହାଯ୍ୟରେ ତାଙ୍କୁ ହେଲିକଫ୍ଟରରେ ଶ୍ରୀନଗର ଅଣାଯାଇଥିଲା। ପରେ ମୁମ୍ବାଇରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୯୦ରେ ମହେଶ ଭଟ୍ଟଙ୍କ ହିଟ୍‌ ଫିଲ୍ମ ‘ଆଶିକି’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ରାହୁଲ। ସେ ସମୟରେ ଫିଲ୍ମଟି ସୁପରହିଟ ହୋଇଥିଲା। ଏଥିରେ ରାହୁଲଙ୍କ ନାୟିକା ଥିଲେ ଅନୁ ଅଗ୍ରଓ୍ୱାଲ। ଫିଲ୍ମର କାହାଣୀ ସାଙ୍ଗକୁ ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ମନକୁ ପାଇଥିଲା। ଏହାପରେ ସେ ୨୦୦୬ରେ ବିଗ୍‌ ବସ ପ୍ରଥମ ସିଜିନ ବିଜେତା ମଧ୍ୟ ହୋଇଥିଲେ।

Comment