ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଚାଷୀଙ୍କ ଭିତରେ ଅସନ୍ତୋଷ ତେଜୁଥିଲା ବେଳେ ମନକୁ ଆସୁଛି ଚାଷୀ ପରିବାରରୁ ଆସିଥିବା ଏହି ୪ ନେତାଙ୍କ କଥା।
ନୂଆ କୃଷି ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀକୁ ଏବେ ଘେରିଛନ୍ତି ଚାଷୀ। ବହୁ ଆଲୋଚନା ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ କରିବା ପାଇଁ କୌଣସି ବାଟ ଫିଟୁନାହିଁ। ଦେଶର ଆର୍ଥିକ ବ୍ୟବସ୍ଥାର ମେରୁଦଣ୍ଡ ଚାଷ ହୋଇଥିଲା ବେଳେ ଚାଷୀଙ୍କ ଭିତରେ ତେଜୁଥିବା ଅସନ୍ତୋଷ ଏବେ ଦେଶର କୃଷି ନୀତି ନୀତି ଉପରେ ପ୍ରଶ୍ନ ଉଠାଇଛି। ଏବେକାର ନେତା, ମନ୍ତ୍ରୀ ଚାଷୀଙ୍କର ପ୍ରକୃତ ସମସ୍ୟା ନା ଜାଣି ପାରୁଛନ୍ତି ନା ତାହାର ସମାଧାନ କରିପାରୁଛନ୍ତି। ଏଭଳି ସ୍ଥିତିରେ ଲୋକେ ଦେଶର ଏମିତି ୪ ଜଣ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇଛନ୍ତି ଯେଉଁମାନେ କୃଷକ ପରିବାରରୁ ଆସିଥିଲେ ଓ ଚାଷୀଙ୍କ ହିତ ଲାଗି ସବୁବେଳେ ସ୍ୱର ଉଠାଉଥିଲେ।
ଚରଣ ସିଂ ଚୌଧୁରୀ
ଦିଲ୍ଲୀରେ ସୀମାରେ ଚାଲିଥିବା ଆନ୍ଦୋଳନ ଏବେ ଏକ ଐତିହାସିକ ଆନ୍ଦୋଳନର ରୂପ ନେଇଛି। ଏହି ସମୟରେ ଚାଷୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂ ଚୌଧୁରୀଙ୍କୁ ମନେ ପକାଇଛନ୍ତି। ଚରଣ ସିଂ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧୯୭୦ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ନିକଟରେ ମାତ୍ର ୭ ମାସ ପାଇଁ ପ୍ରଧାନମନ୍ତ୍ରୀ ପଦ ରହିଥିଲା। ଚରଣ ସିଂହ ଉତ୍ତରପ୍ରଦେଶର ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। ସେ ଓକିଲାତି ପଢ଼ିଥିଲେ ବି ତାଙ୍କ ହୃଦୟ ସବୁବେଳେ କୃଷି ସହିତ ଜଡ଼ିତ ଥିଲା। କୃଷକଙ୍କୁ ତାଙ୍କ ଅଧିକାର ଦେବା ଲାଗି ସେ ଲଗାତର କାମ କରୁଥିଲେ। ଲୋକେ ତାଙ୍କୁ କୃଷି ନେତା ବୋଲି କହୁଥିଲେ।
ଚନ୍ଦ୍ରଶେଖର
୧୯୯୦ରେ ଚନ୍ଦ୍ରଶେଖର ଦେଶର ନବମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉତ୍ତରପ୍ରଦେଶର ବାଲିଆର ଏକ ଗରିବ କୃଷକ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସାରା ଜୀବନ ସେ ଚାଷ ସହିତ ଜଡ଼ିତ ଥିଲେ। ସଂସଦରେ କୃଷି ଓ କୃଷକ ସହିତ ଜଡିତ ଲୋକଙ୍କ ପାଇଁ ନିରନ୍ତର ସ୍ୱର ଉଠାଇଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ସେ ଯେତେବେଳେ ବି ନିଜ ଗାଁକୁ ଆସୁଥିଲେ ଗାଁରେ ବିଲ ବାଡ଼ି ବୁଲି ଦେଖୁଥିଲେ।
ଏଚ୍ଡି ଦେବଗୌଡ଼ା
୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ୨୧ତମ ପ୍ରଧାନମନ୍ତ୍ରୀ ଥିଲେ ଏଚଡି ଦେବଗୌଡ଼ା। ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ଏକ କୃଷକ ପରିବାରରେ ହୋଇଥିଲା। କୃଷକ ପରିବାରେ ଜନ୍ମ ହୋଇଥିବାରୁ ସେ ସବୁବେଳେ ସଂସଦରେ କୃଷକଙ୍କ ପାଇଁ ଠିଆ ହେଉଥିଲେ।
ପିଭି ନରସିଂହ ରାଓ
ପି.ଭି. ନରସିଂହ ରାଓ ୧୯୨୧ ମସିହା ଜୁନ୍ ୨୮ ତାରିଖ ଦିନ ତେଲେଙ୍ଗାନାର କଲମନଗରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏକ କୃଷି ପରିବାରର ଥିଲେ। ସେ ଭାରତୀୟ ରାଜନୀତିରେ କୃଷି ଏକ୍ସପର୍ଟ ନେତା ଭାବରେ ମଧ୍ୟ ଜଣାଶୁଣା ଥିଲେ। କୃଷିର ବିକାଶରେ ହିଁ ଦେଶର ବିକାଶ ଘଟିବ ବୋଲି ସେ କହୁଥିଲେ।