ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହିଦିନ ନୂଆ ସଂସଦ ଭବନର ଭୂମିପୂଜା ମଧ୍ୟ ହେବ। ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଡିସେମ୍ବର ୧୧ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା।

ସେ କହିଛନ୍ତି ଯେ, ନୂଆ ସଂସଦ ଭବନର ଡିଜାଇନ୍ ତ୍ରିକୋଣୀୟ ହେବ। ଏହାର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାର ଟାଟା ପ୍ରୋଜେକ୍ଟକୁ ଦେଇଛନ୍ତି। ମୋଟ ୯୭୧ କୋଟି ଟଙ୍କାରେ ୨୦୨୨ ମସିହା ଅକ୍ଟୋବର ସୁଦ୍ଧା ଏହି ସୁବିସ୍ତୃତ ଭବନର ନିର୍ମାଣ ଶେଷ ହେବ।ନୂଆ ସଂସଦ ଭବନଟି ପ୍ରାୟ ୬୦ ହଜାର ବର୍ଗମିଟରରେ ନିର୍ମାଣ ହେବ। ଏଥିରେ ସଂସଦର ମିଳିତ ଅଧିବେଶନ ପାଇଁ ୧୧୨୪ ଜଣ ସାଂସଦ ବସିପାରୁଥିବା ଏକ କକ୍ଷର ନିର୍ମାଣ ହେବ। ତା ସହିତ ଲୋକସଭା ପାଇଁ ୮୮୮ ସିଟ୍ ଓ ରାଜ୍ୟସଭା ପାଇଁ ୩୨୬ ସିଟ୍ ବିଶିଷ୍ଟ ଦୁଇଟି କକ୍ଷ ନିର୍ମାଣ ହେବ।

ପ୍ରତି ସାଂସଦଙ୍କ ପାଇଁ ନୂଆ ସଂସଦ ଭବନରେ ଅଲଗା ଅଲଗା ଅଫିସ ରହିବ। ଏଥିରେ ପେପରଲେସ୍ କାମ ସହିତ ଡିଜିଟାଲ୍ ଲାଇବ୍ରେରୀ ସୁବିଧା ମଧ୍ୟ ରହିବ। ଭାରତର ଏକ ଅତ୍ୟାଧୁନିକ ଭବନ ଭାବେ ଏହା ପରିଚିତ ହେବ ବୋଲି ଓମ ବିର୍ଲା କହିଛନ୍ତି।

Comment