ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫୦ ଲକ୍ଷ ଜରିମାନା ଆଦାୟ
  • ୧,୨୮୭ଟି ଗାଡ଼ି ଜବତ

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁହାର ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମଣ ଆଶଙ୍କା ଏବେ ବି ଥମି ନାହିଁ।  ତେବେ ଆଗଭଳି ଆଉ ଲକ୍‌ଡାଉନ୍ କି ସଟ୍‌ଡାଉନ୍ ଭଳି କଠୋର କଟକଣା ନ ଥିବାରୁ ଲୋକମାନେ କୋଭିଡ୍-୧୯ ନିୟମାବଳୀକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏଭଳି ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସବାହିନୀ ପକ୍ଷରୁ ଏବେ ପୁଣି ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ ହୋଇଛି।

ଗତ ୪ ତାରିଖ ସକାଳୁ ୬ ତାରିଖ ସକାଳ, ଏଇ ଦୁଇ ଦିନ ବା ୪୮ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ସେହିପରି ପୋଲିସ ୧,୨୭୮ଟି ଗାଡ଼ି ଜବତ କରିଥିବା ବେଳେ ଅମାନିଆଙ୍କଠାରୁ ୫୦ ଲକ୍ଷ ୧୫ ହଜାର ୨୨୫ ଟଙ୍କା ଜରିମାନା ଆଦାୟ ହୋଇଛି।

ଗତ ୪ ତାରିଖରୁ ୫ ତାରିଖ ସକାଳ ଅର୍ଥାତ୍ ୨୪ ଘଣ୍ଟାରେ ପୋଲିସ ୬ ଜଣ ଉଲ୍ଲଂଘନକାରୀଙ୍କୁ ଗିରଫ କରିଥିବା ବେଳେ ୬୦୨ ଗାଡ଼ି ଜବତ କରିଛି। ଏହି ସମୟ ମଧ୍ୟରେ ୨୭ ଲକ୍ଷ ୨୫ ହଜାର ୬୭୫ ଟଙ୍କା ଜବତ ହୋଇଛି। ଅନ୍ୟପଟେ ୫ ତାରିଖ ସକାଳୁ ୬ ତାରିଖ ସକାଳ ସୁଦ୍ଧା ୧୭ ଜଣ ଉଲ୍ଲଂଘନକାରୀ ଗିରଫ ହୋଇଥିବା ବେଳେ ୬୭୫ଟି ଗାଡ଼ି ଜବତ ହୋଇଛି ଓ ୨୨ ଲକ୍ଷ ୮୯ ହଜାର ୫୫୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।

ପ୍ରତ୍ୟେକ ଲୋକ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ କଟକଣାକୁ ମାନିବା ପାଇଁ ପୋଲିସ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here