ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ। କୋଭିଡ୍ କଟକଣାକୁ ମାନି ରାଜ୍ୟର ପ୍ରତିଟି ବ୍ଲକ୍ ଓ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ରବିବାର ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।ଏହାପୂର୍ବରୁ ୨୦ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ ରାଜ୍ୟ ପରିଷଦର ବୈଠକ ବସିବ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ତୃଣମୂଳ ସ୍ତରରେ ଦଳକୁ କିଭଳି ଆହୁରି ସଙ୍ଗଠିତ କରାଯାଇପାରିବ ସେ ନେଇ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଡିସେମ୍ବର ୨୬ ତାରିଖରେ ରାଜ୍ୟର ଶାସନ ଦାୟିତ୍ୱରେ ଥିବା ବିଜେଡି ୨୩ ବର୍ଷରେ ପଦାର୍ପଣ କରିବ। ତେଣୁ ପ୍ରତିଥର ଭଳି ଏଥର ମଧ୍ୟ ଦଳ ତରଫରୁ ପ୍ରତିଷ୍ଠା ଦିବସ ପାଳନ କରାଯିବ। ବ୍ଲକ୍ ଓ ପଞ୍ଚାୟତ ସହ ରାଜ୍ୟର ବିଭିନ୍ନ ଏନଏସି, ଜିଲ୍ଲା, ମ୍ୟୁନିସିପାଲଟି ଅଞ୍ଚଳରେ ମଧ୍ୟ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Comment