ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ସୋ’ମ୍ୟାନ ଭାବେ ଜଣାଶୁଣା ରାଜ କପୁରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।
ଅନେକ ରୂପରେ ତାଙ୍କୁ ରୂପେଲି ପରଦାରେ ଦେଖିବାକୁ ମିଳିଛି। ବଲିଉଡକୁ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ ଓ ତା ସହ ଅନେକ ସଫଳ ନାୟିକା। ସେ ଏକାଧାରରେ ଥିଲେ ଜଣେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ। ସେ ହେଉଛନ୍ତି ବଲିଉଡ଼ର ଗଡଫାଦର ରାଜ କପୁର।
ରାଜ କପୁର ୧୯୨୪, ଡିସେମ୍ବର ୧୪ରେ ପାକିସ୍ତାନର ପେଶଓ୍ୱାରେ ଜନ୍ମ ହୋଇଥିଲେ। ମାତ୍ର ୧୦ ବର୍ଷ ବୟସରୁ ରାଜ କପୁରରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। କ୍ୟାରିୟର ଆରମ୍ଭରେ କିନ୍ତୁ ରାଜ କପୁରଙ୍କ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏମିତିକି ସେ ସ୍ପଟ ବୟ କାମ ମଧ୍ୟ କରିଥିଲେ।
୧୭ ବର୍ଷ ବୟସରେ ରାଜ କପୁର ‘ରଣଜିତ୍ ମୁଭିକମ୍’ ଏବଂ ‘ବମ୍ବେ ଟକିଜ୍’ ଫିଲ୍ମ ପ୍ରଡକ୍ସନ୍ କମ୍ପାନିରେ ସ୍ପଟ୍ ବଏ କାମ ଆରମ୍ଭ କରିଥିଲେ। ୧୯୪୭ ମସିହାରେ, ସେ ମଧୁବାଲାଙ୍କ ବିପକ୍ଷରେ ଫିଲ୍ମ ‘ନୀଲକମଲ’ରୁ ହିରୋ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଦେଖୁ ଦେଖୁ ସେ ଅନେକ ହିଟ ଫିଲ୍ମରେ ସୁଯୋଗ ପାଇଥିଲେ।
ଆଗ, ବରସାତ, ଆୱାରା, ଶ୍ରୀ ୪୨୦, ସଙ୍ଗମ, ଏବଂ ମେରା ନାମ ଜୋକର ପରି ଫିଲ୍ମରେ ରାଜ କପୁର ନିର୍ଦ୍ଦେଶନା ଦେଇଥିଲେ। ରାଜ କପୁର ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ ସଫଳ ହୋଇଥିଲେ| ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ଗଡଫାଦର ଭାବେ ସେ ପରିଚିତ ହୋଇଗଲେ। ସେ ନୂଆ ଅଭିନେତ୍ରୀମାନଙ୍କୁ ନିଜ ଫିଲ୍ମରେ ବ୍ରେକ ଦେଇଥିଲେ। ଏହି ତାଲିକାରେ ଡିମ୍ପଲ୍ କାପାଡିଆ, ନିମି ଏବଂ ମନ୍ଦାକିନୀଙ୍କ ଭଳି ଅଭିନେତ୍ରୀଙ୍କ ନାଁ ରହିଛି।
ରାଜ କପୁରଙ୍କ ସହିତ ନର୍ଗିସଙ୍କ ଯୋଡ଼ିକୁ ସବୁଠାରୁ ବେଶୀ ପସନ୍ଦ କରାଯାଏ। ରାଜ୍-ନର୍ଗିସ୍ଙ୍କ ଯୋଡ଼ି ‘ବରସାତ୍’, ‘ଆୱାରା’, ‘ଶ୍ରୀ-୪୨୦’, ‘ଚୋରି ଚୋରି’ ଓ ‘ଆଗ୍’ ଆଦି ହିନ୍ଦୀ ସିନେମାରେ ଅଭିନୟ କରି ଚର୍ଚ୍ଚାର ବିଷୟ ବନିଥିଲେ।
ରାଜ କପୁରଙ୍କ ସହିତ ନର୍ଗିସଙ୍କ ଯୋଡ଼ିକୁ ସବୁଠାରୁ ବେଶୀ ପସନ୍ଦ କରାଯାଏ। ରାଜ୍-ନର୍ଗିସ୍ଙ୍କ ଯୋଡ଼ି ‘ବରସାତ୍’, ‘ଆୱାରା’, ‘ଶ୍ରୀ-୪୨୦’, ‘ଚୋରି ଚୋରି’ ଓ ‘ଆଗ୍’ ଆଦି ହିନ୍ଦୀ ସିନେମାରେ ଅଭିନୟ କରି ଚର୍ଚ୍ଚାର ବିଷୟ ବନିଥିଲେ।